google.com, pub-3310156774694367, DIRECT, f08c47fec0942fa0
top of page
WhatsApp Image 2025-09-10 at 15.54_edite
ADN FILMS POSTER

BREAKING ADN NEWS

WhatsApp Image 2026-09-19 at 09.46.31.jpeg
WhatsApp Image 2026-09-08 at 12.10.10.jpeg
WhatsApp Image 2026-09-19 at 09.46.30 (2).jpeg
WhatsApp Image 2026-09-19 at 09.46.31 (1).jpeg
WhatsApp Image 2026-09-19 at 09.46.30 (1).jpeg

ପାଇକମାଲ ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର : ୩୧ ୟୁନିଟ୍ ସଂଗୃହିତ l

Sep 15, 2023
1 min read





























































ସାମ୍ବାଦିକ Gaurang Das କଲମରୁ: -

ପଦ୍ମପୁର :- ଦେଶର ଭବିଷ୍ୟତ ପିଢ଼ି ,ଦେଶର ଯୁବ ସମାଜ ନିଜର ସାମାଜିକ ଦାୟିତ୍ଵ ଓ କର୍ତ୍ତବ୍ୟ ପ୍ରତି ଯଥେଷ୍ଟ ସଚେତନ ଥିବା ସହିତ ସମାଜ ସେବା ପାଇଁ ମଧ୍ୟ ସର୍ବାଗ୍ରେ ଥିବାର ଆଭାସ ମିଳୁଛି । ଆଜି ଜଗତ ଜନନୀ ମାଁ ବିନ୍ଧ୍ୟବାସିନୀ ଙ୍କ ନାମରେ ନାମିତ , ପାଇକମାଲ ଯୁକ୍ତ ତିନି ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟ ର NSS ୟୁନିଟ ଓ ଓଡ଼ିଶା ମୋ ପରିବାର ର ମିଳିତ ପ୍ରୟାସ ରେ ଅୟୋଜିତ ରକ୍ତଦାନ ଶିବିର ରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରକ୍ତ ର ଅଭାବ କୁ ଦୂର କରିବା ପାଇଁ ଛାତ୍ର ଛାତ୍ରୀ ମାନେ ରକ୍ତଦାନ କରିଛନ୍ତି l

ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଶିବିରକୁ ଉଦଘାଟନ କରି ମୁଖ୍ୟତଃ ଏହି ଶିବିର ରେ ଛାତ୍ରୀ ମାନଙ୍କ ଉତ୍ସାହ ଅନ୍ୟ ଅନୁଷ୍ଠାନ ମାନଙ୍କୁ ରକ୍ତଦାନ ପ୍ରତି ନିଶ୍ଚିତ ଭାବରେ ପ୍ରେରଣା ଯୋଗାଇବ ବୋଲି କହିବା ସହିତ ଅୟୋଜକ ଓ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇ ଥିଲେ l ବିନ୍ଧ୍ୟ ବାସିନୀ ମହାବିଦ୍ୟାଳୟ ଚେୟାରମ୍ଯାନ ବିଜୟ ସ୍ଵାଇଁ, ଅଧ୍ୟକ୍ଷ ଲୋହିତ କୁମାର ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ପାଇକମାଲ ବ୍ଳକ ବିଜେଡି ସଭାପତି ରାଜେନ୍ଦ୍ର ରାଉତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଶିବିରରୁ ୩୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି l ଶିବିର କୁ ପଦ୍ମପୁର ରକ୍ତଭଣ୍ଡାର ର ସୁମିତ ସିହ୍ନା ପରିଚାଳନା କରିଥିବା ବେଳେ ଜୀବନ ବିନ୍ଦୁ ସହ ସଂଯୋଜକ ଶିବାଶିଷ ପଟ୍ଟନାୟକ , ଦୀପକ ସାହୁ, ହିତେଶ ସାହୁ, ରେଡକ୍ରସ୍ ଓ ଏନ୍ ଏସ୍ ଏସ୍ ର ସମସ୍ତ ସଦସ୍ଯ ସହଯୋଗ କରିଥିଲେ l

 
 
 

Comments


© 2018 by Anis lala dani. Proudly created with breakingadnnews.com

  • Subscribe Channale
bottom of page
naver-site-verification: navere8d42c0359e3e135363406d5b6093c27.html