535 ଜଣ ହିତାଧିକାରୀ ଙ୍କୁ ସହାୟତା ପ୍ରଦାନ କଲେ ସୁଶାନ୍ତ ସିଂ...
- ANIS LALA DANI

- Dec 19, 2023
- 1 min read
From the pen of journalist Gaurang Charan Das:-
ବରଗଡ :- ବରିଷ୍ଠ ନାଗରିକ , ବିକଳାଙ୍ଗ , ବିଧବା ମନାନୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ନିଜସ୍ୱ ଫଣ୍ଠି ରୁ ମଧୁବାବୁ ପେନସନ ଯୋଜନା ଜାରି ରଖିଛନ୍ତି । ଏହି ଯୋଜନାରେ ଆଜି , ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର ସୋହେଲା ବ୍ଲକ ର ଆହୁରି ପାଞ୍ଚ ସହରୁ ଉର୍ଦ୍ୱ ହିତାଧିକାରୀଙ୍କ ନାମ ତାଲିକା ଭୁକ୍ତ ହୋଇ ସେମାନେ ପେନସନ ପାଇବା ଆରମ୍ଭ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସୋହେଲା ନିକଟସ୍ଥ ହଳଦୀପାଲି ଠାରେ ମଧୁବାବୁ ପେନସନ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ବିଧବା, ଅବିବାହିତା, ସ୍ବାମୀ ପରିତ୍ୟକ୍ତା, ଭିନ୍ନକ୍ଷମ ଭତ୍ତା ମୋଟ ୫୧୮ ଜଣ ଙ୍କୁ ଅନ୍ତର୍ଭୁକ୍ତକରାଯାଇ ପେନସନ ପ୍ରଦାନ କର ଯାଇଥିବା ବେଳେ , ୧୧ ଜଣ ଙ୍କୁ 11 ଗୋଟି ଟ୍ରାଇସାଇକେଲ, ୫ ଗୋଟି ହ୍ବିଲଚେୟାର, ୪ଗୋଟି ଆଶା ବାଡ଼ି ଏବଂ ଜଣକୁ ଶ୍ରବଣ ଯନ୍ତ୍ର , ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ତଥା ସ୍ଥାନୀୟ ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ଦ୍ୱାରା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ସିହେଲା ବିଡିଓ ସୁରେନ୍ଦ୍ର ମେହେର,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବି ପଧାନ, ଉପାଧ୍ୟକ୍ଷ ଦିବ୍ୟ କିଶୋର ପଧାନ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀମତୀ ରୋଜି ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବ୍ରତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ହରେକୃଷ୍ଣ ମହାପାତ୍ର ସଂଯୋଜନା କରିଥିଲେ । ଆଜି ପ୍ରଦାନ କରାଯାଇଥିବା ସମସ୍ତ ସହାୟତା ହିତାଧିକାରୀଙ୍କ ମନରେ ଖୁସି ଆଣି ଦେଇଛି ।




.jpg)









