google.com, pub-3310156774694367, DIRECT, f08c47fec0942fa0
top of page
WhatsApp Image 2025-09-10 at 15.54_edite
ADN FILMS POSTER

BREAKING ADN NEWS

WhatsApp Image 2026-09-19 at 09.46.31.jpeg
WhatsApp Image 2026-09-08 at 12.10.10.jpeg
WhatsApp Image 2026-09-19 at 09.46.30 (2).jpeg
WhatsApp Image 2026-09-19 at 09.46.31 (1).jpeg
WhatsApp Image 2026-09-19 at 09.46.30 (1).jpeg

ସମାଜ ସେବାରେ , ସର୍ବଦା ଆଗରେ ବିଜୁ ଯୁବ ଜନତା ଦଳ :- ବିଧାୟିକା ବର୍ଷା ସିଂ ବରିହା....

Dec 19, 2023
1 min read







































From the pen of journalist Gaurang Charan Das:-

  • ଲକ୍ଷ ରହିଛି 26 ହଜାର ୟୁନିଟ ରକ୍ତ ସଂଗ୍ରହ :- ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ

ବରଗଡ଼ :- ଓଡିଶା ରେ ଦୀର୍ଘ 26 ବର୍ଷ ଧରି ନିଜର ସେବା କାର୍ଯ୍ୟ ଦ୍ୱାରା , ଦୀର୍ଘ ବର୍ଷ ଧରି ଓଡିଶା ରାଜନୀତି ର ସର୍ବାଗ୍ରେ ରହିଥିବା ରାଜନୈତିକ ଦଳ ବିଜୁ ଜନତା ଦଳ ର ପ୍ରତିଷ୍ଠାକୁ 26 ପୁରୀ 27 ଚାଲିବ । ଏହି ଅବସରରେ ଦଳର ସୁପ୍ରିମୋ ତଥା ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ନିର୍ଦେଶ କ୍ରମେ ସାରା ରାଜ୍ୟରେ ଓଡିଶା ମୋ ପରିବାର ର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଦାନ ଶିବିର ର ଅୟୋଜନ ମାନ କରାଯାଇ ରକ୍ତ ଭଣ୍ଡାର ଗୁଡିକୁ ରକ୍ତ ଯୋଗାଇ ଦିଆଯାଇଛି । ଏହି କ୍ରମରେ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଲ ର ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳା ଠାରେ ଏକ ମେଗା ରକ୍ତଦାନ ଶିବିର ର ଅୟୋଜନ କରାଯାଇଥିଲା । ଏହି ଶିବିର କୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବା ସହିତ ରକ୍ତଦାନ ର ଆବଶ୍ୟକତା ଓ ଉପାଦେୟତା ବିଷୟରେ ଯୁବ ରକ୍ତଦାତା ମାନଙ୍କୁ କହିଥିଲେ ।

ଏହି ମେଗା ରକ୍ତଦାନ ଶିବିରରେ ବହୁ ସଂଖ୍ୟାରେ ମହିଳା ରକ୍ତଦାତା ଙ୍କର ସହିତ ଅନେକ ଯୁବକ ପ୍ରଥମ ଥର ପାଇଁ ରକ୍ତ ଦାନ କରିଥିଲେ । ଏହି କାର୍ଯକ୍ରମ ରେ ଓଡ଼ିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର , ଜିଲ୍ଲା ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ , ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ , ପାଇକମାଲ ବିଜୁ ଜନତା ଦଳର ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ ପ୍ରମୂଖ ଙ୍କ ସମେତ ଦଳର ଅନେକ ବରିଷ୍ଠ ଓ ଯୁବନେତା ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିବା ବେଳେ , ମାନ୍ୟବର ବିଧାୟିକା ଙ୍କ ନିର୍ଦେଶ ଓ ପ୍ରତ୍ୟକ୍ଷ ତତ୍ୱବାଧାନ ରେ ପାଇକମାଲ ବ୍ଲଜ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ ଏହି ମେଗା ରକ୍ତଦାନ ଶିବିର କୁ ସଫଳତାର ସହିତ ପରିଚାଳନା କରିଥିଲେ ।।

 
 
 

Comments


© 2018 by Anis lala dani. Proudly created with breakingadnnews.com

  • Subscribe Channale
bottom of page
naver-site-verification: navere8d42c0359e3e135363406d5b6093c27.html